Back
आवास योजना-राशन कार्ड के अभाव में पांच साल जंगल में जीवन जी रहा गरीब ग्रामीण
PPPREMANANDA PUJARI
Dec 14, 2025 09:19:02
Tehran, Tehran Province
ଆବାସ ଯୋଜନା ଓ ରାସନ କାର୍ଡ ରୁ ବଞ୍ଚିତ ଦୁଃଖା ,
୫ ବର୍ଷ ଧରି ଘଞ୍ଚ ଜଙ୍ଗଲରେ ଅସହାୟ ଦୁଃଖା ନାୟକ
ମୋହନା (ଗଜପତି): ପ୍ରେମାନନ୍ଦ ପୁଜାରୀ:
ଗରୀବ ନିରିହ ଅସହାୟ ଙ୍କ ନିମନ୍ତେ ସରକାରୀ ଙ୍କ ମାଳ ମାଳ ଯୋଜନା ଥିଲେ ବି ବାସ୍ତବରେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ, ପ୍ରଶାସନିକ ଅଧିକାରୀ ହେଉ କି ନିର୍ବାଚିତ ଜନପ୍ରତିନିଧିଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ଦୁଃଖ ଅସହାୟ ଏବେ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। —ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ଗ୍ୟାମପଞ୍ଚାୟତରେ।
ମେରା ପଲ୍ଲୀ ଗ୍ରାମର ଦୁଃଖା ନାୟକ ଆବାସ ଯୋଜନାରେ ଘର ନମିଳିବା ସହ ରାସନ କାର୍ଡ ଓ ଆଧାର କାର୍ଡ ନଥିବାରୁ ସେ ଗତ ୫ ବର୍ଷ ଧରି ଗାଁ ଛାଡ଼ି ଜଙ୍ଗଲରେ ଜୀବନ ବିତାଉଛନ୍ତି।
ଦୁଃଖା ନାୟକଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପରିବାରିକ ଆଧାର ଭାଙ୍ଗି ପଡ଼ିଥିଲା। ପୁଅ ବିବାହ ପରେ ଅନ୍ୟତ୍ର ରହୁଥିବାରୁ ସେ ଗାଁରେ ସମ୍ପୂର୍ଣ୍ଣ ଏକା ହୋଇପଡ଼ିଥିଲେ। ଏହି ସମୟରେ ତିତିଲି ବାତ୍ୟା ତାଙ୍କ ଜୀବନକୁ ଆଉ ଅଧିକ ଭାଙ୍ଗିଦେଇଥାଲା। ରାସନ କାର୍ଡ ପାଇଁ ନାମାନୁସାରେ ଘର ନମିଳିବାରୁ ଖାଇବା ଓ ଘର ମଧ୍ୟ ମିଳିଲା ନାହିଁ। ଦୀର୍ଘଦିନର ଅନାହାର, ଅବହେଳା ଓ ମାନସିକ ଚାପରେ ପଡ଼ି ସେ ଶେଷରେ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
ଦୁଃଖା ଙ୍କ ଗାଁ ରେ ଚାଷ ଜମି ରହିଛି ହେଲେ ଆର୍ଥିକ ଅନଟନ ହେତୁ ହଳ ଲଙ୍ଗଳ ଯୋଗାଡ଼ କରି ଚାଷ କରିବା ମଧ୍ୟ କଠଣ୍ଟ ସାଧ୍ୟ। ଯାହାଫଳରେ ସେ ଗାଁ ଠାରୁ ପ୍ରାୟ ୨ କିଲୋମିଟର ଦୂର ଏକ ପହାଡ଼ ଉପରେ ଘୈଚ ଜଙ୍ଗଲ ମଧ୍ୟରେ ଦୁଃଖା ନାୟକ ଏକ କୁଡ଼ିଆ କରି ରହୁଛନ୍ତି। ଜଙ୍ଗଲରୁ କନ୍ଦା ସଂଗ୍ରହ କରି ସିଜେଇ ଖାଉଛନ୍ତି, କେବେ କେବେ ଫଳମୂଳ ହିଁ ତାଙ୍କର ଜୀବନର ଆହାର। ସାଧାରଣ ସମାଜ ଠାରୁ ବିଚ୍ଛିନ୍ନ ହୋଇ ସେ ଆଜି ପ୍ରାୟ ‘ଜଙ୍ଗଲୀ ମଣିଷ’ ଭଳି ଜୀବନ ବିତାଉଛନ୍ତି।
ଦୁଃଖା ନାୟକଙ୍କ ଏହି ଦୁଃଖଦ କାହାଣୀ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସପରିବାର ଲୋକେ ଓ ଗ୍ରାମବାସୀମାନେ ଦାବି କରିଛନ୍ତି ଯେ ତୁରନ୍ତ ତାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଗାଁକୁ ଫେରାଇ ଆଣାଯାଉ। ଗ୍ରାମବାସୀ ବାଳା ସାହୁ କହିଛନ୍ତି, “ସରକାରୀ ଯୋଜନା ଥିଲେ ବି ଯଦି ଏଭଳି ଅସହାୟ ଲୋକ ଜଙ୍ଗଲରେ ରହିବାକୁ ବାଧ୍ୟ ହୁଅନ୍ତି, ତେବେ ସରକାରୀ ଯୋଜନା କାହା ପାଇଁ? ”
ଏହି ସମ୍ପର୍କରେ ମୋହନା ବ୍ଲକ ବିଡିଓ ରାଜୀବ ଦାସ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ , ଘଟଣାର ତଦନ୍ତ କରାଯିବ ଓ ଦୁଃଖା ନାୟକଙ୍କୁ ଅନ୍ତର୍ଦୟ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବା ପାଇଁ șୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।
ଦୁଃଖା ନାୟକଙ୍କ ଜୀବନ କାହାଣୀ ଆଜି ସରକାରୀ ବ୍ୟବସ୍ଥାର ଅସାବଧାନତା ଓ ତଳସ୍ତରରେ ଯୋଜନା ପ୍ରୟୋଜନା ପ୍ରୟୋଗର ଅଭାବକୁ ପୁନଃ ପ୍ରଶ୍ନବିଦ୍ଧ କରୁଥିବା ବେଳେ ଏଖବର ପ୍ରଶାରଣ ପରେ ପ୍ରଶାସନ ର ନିଦ ଭାଙଗିବ ତ ! ଏବଂ ଦୁଃଖା ଙ୍କ ଦୁଃଖ ଲାହାବ କରିବେ ତ ସରକାର ? ତାହା ଉପରେ ସମସ୍ତ ଙ୍କ ନଜର ।
ଗଜପତି ରୁ ପ୍ରେମାନନ୍ଦ ପୁଜାରୀ ଙ୍କ ରିପୋର୍ଟ ଜୀମିଡିଆ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ASAVNISH SINGH
FollowDec 14, 2025 16:00:540
Report
AMAbhishek Mathur
FollowDec 14, 2025 16:00:400
Report
0
Report
0
Report
0
Report
DKDARSHAN KAIT
FollowDec 14, 2025 15:47:220
Report
ADASHISH DWIVEDI
FollowDec 14, 2025 15:47:080
Report
VSVaibhav Sharma
FollowDec 14, 2025 15:46:520
Report
ASAVNISH SINGH
FollowDec 14, 2025 15:46:270
Report
0
Report
ASARUN SINGH
FollowDec 14, 2025 15:46:131
Report
KSKULWANT SINGH
FollowDec 14, 2025 15:45:480
Report
NMNitesh Mishra
FollowDec 14, 2025 15:45:180
Report
1
Report
67
Report