Back
हट्टकेश्वर अत्रि मकर महोत्सव 2026 के लिए आयोजन समिति की बैठक आयोजित
SMSURYA MOHANTY
Dec 19, 2025 09:38:17
Khordha, Odisha
ଖୋର୍ଦ୍ଧା:- ହଟ୍ଟକେଶ୍ୱର, ଅଟ୍ରି ଉଷ୍ମ ପ୍ରସବଣ ପଞ୍ଚ ଦିବସୀୟ ଜାନୁୟାରୀ ୧୪ ରୁ ୧୮ ତାରିଖ ପର୍ୟନ୍ତ ମକର ମହୋତ୍ସବ ମହା ସମାରୋହରେ ପାଳନ କରିବା ନିମନ୍ତେ ମାନ୍ୟବର ବିଧାୟକ ଏବଂ ମକର ମହୋତ୍ସବ ସମାରୋହ ପାଳନ କମିଟି ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ ପାଇଁ ଏକ ପ୍ରସ୍ତୁତି ବୈଠକ ବେଗୁନିଆ ପଂଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ତହସିଲଦାର ଏବଂ ମକର ମହୋତ୍ସବ କମିଟି ସଦସ୍ୟ ଆବାହକ ତାପସ କୁମାର ବିଶି,ବି ଡି ଓ, ବେଗୁନିଆ ତଥା ସଂଯୋଜକ ମକର ମହୋତ୍ସବ କମିଟିସନ୍ତୋଷ କୁମାର ଜେନା, ବେଗୁନିଆ ପଂଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଉପ ନିବନ୍ଧକ, ବେଗୁନିଆ ,ଅମିତ୍ କୁମାର ସେଠୀ , ଭାରପ୍ରାପ୍ତ ଥାନା ଅଧିକାରୀ, ବାଘମାରି, ସୁଚିତ୍ରା ଜେନା ପ୍ରମୁଖ ମଞ୍ଚାଷୀନ ଥିଲେ l ପ୍ରାରମ୍ଭରେ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର ପଞ୍ଚ ଦିବସୀୟ ଐତିହ୍ୟ ଓ ପରମ୍ପରା ହଟ୍ଟକେଶ୍ୱର, ଅଟ୍ରି, ବାଘମାରି ମକର ମହୋତ୍ସବ ପାଳନ -୨୦୨୬ ସମ୍ଵନ୍ଧରେ ସୂଚନା ପ୍ରଦାନ କରିଥିଲେ l ମାନ୍ୟବର ବିଧାୟକ, ବେଗୁନିଆ ତଥା ହଟ୍ଟକେଶ୍ୱର ଅଟ୍ରି ମହୋତ୍ସବ କମିଟି ସଭାପତି ମହୋତ୍ସବ କମିଟି ସ୍ଥଳରେ ପାନୀୟଜଳ, ସ୍ୱାସ୍ଥ୍ୟସେବା, ଆଗ୍ନି ଶମ ସେବା, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ ଯୋଗାଣ ବ୍ୟବସ୍ଥା, ମହୋତ୍ସବ ସ୍ଥଳକୁ ସଂଯୋଗିକରଣ ରାସ୍ତା ମରାମତି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା, କୃଷି, ଉଦ୍ୟାନ କୃଷି, ଶିକ୍ଷା , ପାଟ ବସ୍ତ୍ର ଆଦି ଷ୍ଟଲ ନିର୍ମାଣ, ପୁଲିସ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ସେବା ଯୋଗାଇ ଦେବା ଉପରେ ସମୀକ୍ଷା କରି ବିଭାଗୀୟ ଅଧିକାରୀ ମାନେ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ ନିମନ୍ତେ ନିର୍ଦେଶ ଦେଇଥିଲେ l ସର୍ବୋପରି ଚଳିତ ହଟ୍ଟକେଶ୍ୱେର ଅଟ୍ରି ମହୋତ୍ସବ-୨୦୨୬ କୁ ଶାନ୍ତି ଶୃଙ୍ଖଳା, ଭାଇ ଚାରା, ରାଷ୍ଟ୍ରୀୟ ସଂହତି ସମ୍ପ୍ରୀତି ସହ ସମାପନ କରିବାକୁ ମାନ୍ୟବର ବିଧାୟକ ଅଞ୍ଚଳବାସି ସମେତ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା o ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ଭିନ୍ନ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ, ଭିନ୍ନ ବంధ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ,ମହୋତ୍ସବ କମିଟି କର୍ମକର୍ତ୍ତା, ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RKRohit Kumar
FollowDec 19, 2025 11:15:570
Report
ASAshutosh Sharma1
FollowDec 19, 2025 11:15:130
Report
0
Report
0
Report
0
Report
1
Report
RKRAJESH KUMAR
FollowDec 19, 2025 11:07:080
Report
PSPradeep Sharma
FollowDec 19, 2025 11:06:400
Report
AGAbhishek Gour
FollowDec 19, 2025 11:06:150
Report
ADAbhijeet Dave
FollowDec 19, 2025 11:06:030
Report
HUHITESH UPADHYAY
FollowDec 19, 2025 11:05:470
Report
JGJugal Gandhi
FollowDec 19, 2025 11:05:240
Report
KBKuldeep Babele
FollowDec 19, 2025 11:05:10Jabalpur, Vehicle Fac. Jabalpur, Madhya Pradesh:नगर निगम की अनूठी पहल
0
Report
VSVishnu Sharma
FollowDec 19, 2025 11:04:530
Report
ACAshish Chauhan
FollowDec 19, 2025 11:04:350
Report