Back
खोरधा जिला भारत स्काउट कैंपोरी का उद्घाटन, 368 स्काउट और 309 गाइड प्रतिभागी
SMSURYA MOHANTY
Dec 16, 2025 12:23:59
Khordha, Odisha
୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରୀ ଉଦଘାଟିତ l
ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୨୭ ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ଆଜି ଅପରାହ୍ନରେ ଉଦଘାଟିତ ହୋଇ ଯାଇଅଛି। ଏହି କ୍ୟାମ୍ପୋରିକୁ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଉଦ୍ଘାଟନ କରିଥିଲେ। ପରେ ପରେ ୭ ଟି ବ୍ଲକର ସ୍କାଉଟ୍ ଓ ଗାଇଡ ମାନେ ମାର୍ଚ୍ଚ ଫାଷ୍ଟରେ ଅତିଥି ମାନଙ୍କୁ ଅଭିବାଦନ ଜଣାଇଥିଲେ। ଏହା ପରେ ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଙ୍କ ଅଧ୍ୟକ୍ଷତାରେ ଏକ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧYCକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ ମukh୍ୟ ବକ୍ତା ଭାବେ,ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ରଶ୍ମି ବାଳା ପରିଡା, ବିଜୟ କୁମାର ବେହେରା, ସାଂଗଠାନିକ ସଂପାଦକ ବିଭୁ ପ୍ରସାଦ ସେନାପତି, ଓ ଖୋର୍ଦ୍ଧା ବ୍ଳକ ଶିକ୍ଷା ଅଧିକାରୀ ଯାଜ୍ଞସେନି ସାହୁ ଓ ଗାଇଡ କମିସନର ଜୟନ୍ତୀ ହୋତା ସ୍କାଉଟ ର ସୁଧାକର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉଦଘାଟନି ସଙ୍ଗୀତ ଗାନ ପରେ ଜିଲ୍ଲା ସଂପାଦକ ସୁଧାକର ମହାପତ୍ର ବାର୍ଷିକ ବିବରଣୀ ପାଠ କାଠଥଲେ। ଏହି କ୍ୟାମ୍ପରେ ୩୬୮ ଜଣ ସ୍କାଉଟ୍ ଓ ୩୦୯ ଜଣ ଗାଇଡ ଛାତ୍ର ଛାତ୍ରୀ ଓ ଗାଇଡ କ୍ୟାପଟେନ ୬୫, ସ୍କାଉଟ ମାଷ୍ଟର ୭୫ ଜଣ ଙ୍କୁ ନେଇ ମୋଟ ୧୦୧୦ ଜଣ ସଭ୍ୟ ସଭ୍ୟା ଯୋଗ ଦେଇଥିବା ସୁଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଅନୁଷ୍ଠିତ ହେବା ସହିତ ଛାତ୍ର ଛାତ୍ରୀ ମାନଙ୍କଦ୍ୱାରା ୧୪ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବା କଥା ପ୍ରକାଶ କରିଥିଲେ। ବିଭିନ୍ନ ଦିବସରେ କ୍ୟାମ୍ପ ଫାୟର, ପତାକା ଉତ୍ତୋଳନ ଲିଡର ସିପ ମିଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ। ସଭାପତି ତଥା ମୁଖ୍ୟ କମିଶନର, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଛାତ୍ର ଛାତ୍ରୀମାନଙ୍କୁ ଦେଶ ଗଠନ ସହିତ ସମାଜରେ ଶାନ୍ତି ଶୃଙଖଳା ଉତ୍ତମ ନାଗରିକ ଓ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବାକୁ ସ୍କାଉଟ ଶୃଙ୍ଖଳା ଓ ଶିକ୍ଷା, ଚେତନା ଦିଏ ବୋଲି କହିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜଗଦେବ ଛାତ୍ର ଛାତ୍ରୀମାନେ ବିକଶିତ ଭାରତରେ ଜଣେ ଜଣେ ବିକଶିତ ନାਗରିକ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀମତି ଗୁମାନ ସିଂହ କର୍ମ ଉପରେ ଗୁରୁତ୍ବ ଦେଇ ସମସ୍ତେ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ। ମାର୍ଚ୍ଚ ଫାଷ୍ଟ କୁ ଗାଇଡ କମିଶନ ର ପୀତବାସ ପଟନାୟକ, ଦିବାକର ପଟ୍ଟନାୟକ, o ରମେଶ ବଳବନ୍ତରାୟ ପରିଚାଳନା କରିଥିଲେ। ଶେଷରେ ବ୍ଲକ ଶିକ୍ଷା ଅଧିକାରୀ ଯାଜ୍ଞସେନୀ ସାହୁ ଧନ୍ୟବାଦ ଦେଇଥିଲେ। ସଂଧ୍ୟା ରେ କଲର ପାଟି ପ୍ରତିଯୋଗିତା, o ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବା ପରେ କ୍ୟାମ୍ପ ଫାୟାର ଅନୁଷ୍ଠିତ ହୋଇ ଶିବିରାର୍ଥୀ ମାନଙ୍କୁ ଇ ଶିବରାମାଳା ପାଇଁ ଲାଇଟ୍ ଆଉଟ୍ ହୋଇଥିଲା।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
Jangl Molahoo Kunwar, Uttar Pradesh:महावीर छपरा। निर्माणाधीन पंचायत भवन और बंद पड़े सहकारी समिति के सामने साप्ताहिक बाजार व दुकानोंसे निकलने वाले कचरे को फेंकने की वजह से दुर्गंध उठ रही थी। व्यापारियों एवं बाजार करने वालों ग्रामीण की शिकायत के बाद जंगल रानी सुहास कुंवारी के ग्राम प्रधान ने तत्काल संज्ञान लेते हुए जेसीबी द्वारा कचरे को साफ करवाया।
0
Report
ANAnil Nagar1
FollowDec 16, 2025 14:08:28Gwalior, Bhopal, Madhya Pradesh:विदिशा के लटेरी में शिकार के दौरान पकड़े गये पटवारी फरहान अहमद, सस्पेंड
0
Report
ANAJAY NATH
FollowDec 16, 2025 14:08:120
Report
KLKANHAIYA LAL SHARMA
FollowDec 16, 2025 14:07:290
Report
0
Report
SPSATYENDRA PARMAR
FollowDec 16, 2025 14:06:080
Report
VMVimlesh Mishra
FollowDec 16, 2025 14:05:480
Report
0
Report
VRVIJAY RANA
FollowDec 16, 2025 14:05:290
Report
DKDeepesh Kumar
FollowDec 16, 2025 14:05:180
Report
JGJugal Gandhi
FollowDec 16, 2025 14:05:030
Report
JGJugal Gandhi
FollowDec 16, 2025 14:04:460
Report
MKMohammad Khan
FollowDec 16, 2025 14:04:230
Report
JPJAY PRAKASH KUMAR
FollowDec 16, 2025 14:03:580
Report
AYAMARJEET YADAV
FollowDec 16, 2025 14:03:360
Report